ସମ୍ବଲପୁର ମ୍ୟୁନିସିପାଲଟି: ପ୍ରୟାସ ପରିବାର ପକ୍ଷରୁ କଚେରୀ ଛକ ସହିଦ ସ୍ତମ୍ଭ ଠାରେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ
ଶୁକ୍ରବାର ରାତି 7 ଟା ସମୟରେ ପ୍ରୟାସ ପରିବାର ସମ୍ବଲପୂର ପକ୍ଷରୁ ସମ୍ବଲପୁର କଚେରି ଛକ ଠାରେ ଥିବା ସହୀଦ ସ୍ତମ୍ଭରେ ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପ୍ରୟାସ ପରିବାର ପକ୍ଷରୁ ସବୁ ସଭ୍ୟ ମାନେ ଉପସ୍ଥିତ ରହି ସହୀଦ ସ୍ତମ୍ଭରେ ଦିପ ପ୍ରଜ୍ବଳନ କରି ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସବୁ ମୃତକଙ୍କ ଆତ୍ମାର ସଦଗତି କାମନା କରି ପ୍ରାର୍ଥନା ମଧ୍ୟ କରିଥିଲେ।