ରେଢାଖୋଲ: ଶୁଣ୍ଢିମୁଣ୍ଡା ଖେଳ ପଡିଆରେ ୫ ମ ଗୁରୁ ରବିଦାଶ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଡଇଁଚା ଚମ୍ପିୟାନ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଶୁଣ୍ଢିମୁଣ୍ଡା ଗ୍ରାମର ଖେଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା ୫ମ ଗୁରୁ ରବିଦାଶ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏଥିରେ ଦୁଇ ଦିନ ଧରି ୮ ଟି ଦଳ ଭାଗନେଇ ଖେଳିଥିବା ବେଳେ। ଆଜି ବଉଦ ବନାମ ଡଇଁଚା ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଏଥିରେ ଡଇଁଚା ଦଳ ଚମ୍ପିୟାନ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ ଯୋଗଦେଇଥିଲେ l