ଗଞ୍ଜାମ ଜିଲ୍ଲା ମିଞ୍ଚିଣିପାଟଣା ଉପଡାକଘରକୁ ଉଠାଇବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ୫୦ ବର୍ଷ ଧରି ରହିଥିବା ସହ- ପୋଷ୍ଟ ଅଫିସକୁ ଉଠାଇବା ବିରୁଦ୍ଧରେ ସ୍ଥାନୀୟ ଅଂଚଳ ରେ ଉତେଜନା ଦେଖାଦେଇଛି। ଏନେଇ ବୁଧବାର ଅପରାହ୍ନରେ ପୂର୍ବତନ ବିଧାୟକ ତଥା ସିପିଆଇ ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ ଙ୍କ ନେତୃତ୍ୱ ରେ ଗ୍ରାମର ବହୁ ଭଦ୍ରବ୍ୟକ୍ତି ମାନେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।