ବୀରମହାରାଜପୁର: ବଡଅଙ୍କରିଆ ଗ୍ରାମରେ ନିଆରା ପରମ୍ପରା, ମହାଷ୍ଟମୀ ତିଥୀରେ ନୂଆ ଖାଇଲେ ଗ୍ରାମବାସୀ
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡଅଙ୍କରିଆ ଗ୍ରାମରେ ନିଆରା ପରମ୍ପରା, ଅଶ୍ୱିନୀ ଶୁକ୍ଲପକ୍ଷ ମହାଷ୍ଟମୀ ତିଥୀରେ ଗତକାଲି ରାତି ପ୍ରାୟ 11ଟାରେ ନୂଆ ଖାଇଲେ ଗ୍ରାମବାସୀ l ସୂଚନା ଅନୁସାରେ ପରମ୍ପରା କ୍ରମେ ଗ୍ରାମର ଇସ୍ତାଦେବୀ ମାଁ ନାରାୟଣୀଙ୍କ ନିଶି ପୂଜା ଓ ଷୋହଳ କରାଯାଇଥିଲା l ମାଁ ଙ୍କ ପୂଜାର୍ଚନା ପରେ ଗାଁ ଗୌନ୍ତିଆ ହୃସେକେଶ ପଣ୍ଡା ଙ୍କ ତତ୍ୱାବଧାନାରେ ସାମୁହିକ ନୂଆଖଇ ଅନୁଷ୍ଠିତ ହୋଇଥିଲା l ଠାକୁରାଣୀଙ୍କ ଠାରେ ନବାହାନା ଭୋଗ ଲାଗି ହେବା ପରେ ପୀଠ ପୂଜକ ରାତ୍ର ସାହୁ ଏବଂ କପିଳ ପଣ୍ଡା ସମସ୍ତଙ୍କୁ ନବାହାନା ପ୍ରଦାନ କରିଥିଲେ l ପରେ ଜୁହାର ଭେଟ ଅନୁଷ୍ଠିତ ହୋଇଥିଲା l ଗ୍ରାମର ପ