ରଣପୁର ଆସନରେ ବିଜେପି ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳାଇଛି ଦଳ। ପୂର୍ବରୁ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ତାପସ ରଞ୍ଜନ ମାର୍ଥାଙ୍କ ନାମ ଘୋଷଣା କରିଥିଲା ଦଳ। ତେବେ ଏହାର ପ୍ରତିବାଦ ପରେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁରମା ପାଢୀଙ୍କ ନାଁ ଘୋଷଣା କରାଯାଇଛି। ଏ ନେଇ ଆଜି ଅପରାହ୍ନରେ ରଣପୁର ବିଜେପି କାର୍ଯ୍ୟାଳୟ ପରିସରରେ କର୍ମୀ ମାନେ ସୁରମା ପାଢୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ଜଣାପଡିଛି।