ରେଢ଼ାଖୋଲ ଭୀମଭୋଇ ଛକରେ ବିଜେପିର ବିଜୟ ଉତ୍ସବ ପାଳନ ବିହାର ଓ ନୁଆପଡା ରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟୀ ପରେ ସାରା ରାଜ୍ୟର ବିଜେପି ଶିବିରରେ ଉସ୍ଚାହ ଦେଖିବାକୁ ମିଳିଛି । ଏହି ଅବସରରେ ରେଢ଼ାଖୋଲ ବିଜେପି ନଗର ସଭାପତି ସୁଷମା ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଭୀମଭୋଇ ଛକରେ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି କର୍ମୀମାନେ ଏକ କଦମ୍ବ ପଡ଼ିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ରଥ ସାହି ଦେଇ ଭୀମଭୋଇ ଛକ ଠାରେ ବାଣ ଫୁଟାଇ , ମିଠା ବାଣ୍ଟିଥିଲେ । ଏଥିରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , କାଉନସିଲର