ରାଇରଙ୍ଗପୁର ସହର: ଜଗନ୍ନାଥ ସଂସ୍କୃତି ରାଇରଙ୍ଗପୁର ଶାଖା ପକ୍ଷରୁ ରାଇରଙ୍ଗପୁର ଠାରେ ପଥ ମହୋତ୍ସବ ଅନୁଷ୍ଠିତ; ମତ ଦେଲେ ସଭାପତି, ପ୍ରତିଯୋଗୀ ଓ ଦର୍ଶକ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁର ମାଉସିବାଡ଼ି ପାଖ ରୁ ଷ୍ଟେସନ ଛକ ରାଜ ରାସ୍ତା ରେ ପଥ ମହୋତ୍ସବ" ମୁରୁଜରେ ମୋ ଜଗନ୍ନାଥ" ଆୟୋଜିତ ହୋଇ ଯାଇଛି।ଜଗନ୍ନାଥ ସଂସ୍କୃତି ରାଇରଙ୍ଗପୁର ଶାଖା ତରଫ ରୁ ଆୟୋଜିତ ଏହି ଉତ୍ସବ ରେ ୫୦ ଟି ଦଳ ଅଂଶ୍ର ଗ୍ରହଣ କରିଥିଲେ।ଏହି ଉତ୍ସବ ରାତି ୮ଟା ପର୍ଯ୍ୟନ୍ତ ଚାଲିବା ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏନେଇ ସେଠାରେ ସଭାପତି ତିମିର ରଞ୍ଜନ ପଣ୍ଡା, ପ୍ରତିଯୋଗୀ ମାହୀ ନାଜ୍ ଓ ଦର୍ଶକ ସମର ଦତ୍ତ ଦିନ ପ୍ରାୟ ୧୨ଟାରେ ପ୍ରତିକ୍ରିୟା ଦେଇଛନ୍ତି।