କିନ୍ନର ମା ଓ୍ବଲଫେୟାର ଟ୍ରଷ୍ଟ ପକ୍ଷରୁ ରାଉରକେଲା ଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ। ରବିବାର ଅପରାହ୍ନରେ ଏହି ଶୋଭାଯାତ୍ରା ଅମର ଭବନ ଠାରୁ ଆରମ୍ଭ ହୋଇ ଉଦିତନଗର ପର୍ଯ୍ୟନ୍ତ ଯାଇଥିଲା।ସାମୁହିକ ସମାଜର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା କହିଛନ୍ତି କିନ୍ନର ମାନେ। ସମାଜରେ ଲିଙ୍ଗିକ ସମାନତା, ସ୍ୱୀକୃତି ଏବଂ ସାମୁହିକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ବୋଲି କହିଛନ୍ତି କିନ୍ନର।