ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଡିଗୀସଲପା ଠାରେ ବହୁ ଆଢ଼ମ୍ବର ରେ ଫାଇନାଲ ଦିବସୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଯାହାକି ଅଞ୍ଚଳରେ ଭାଇ ଚାରା ବଜାଇ ରଖିବା ସହ ସମସ୍ତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ଏହି ଖେଳର ମୁଖ୍ୟ ଉଦେଶ୍ୟ l ଏହି ଅବସରରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ନନ୍ଦାହାଣ୍ଡି ଜିଲ୍ଲାପରିଷଦ ଅରୁଣ କୁମାର ମିଶ୍ର ଏବଂ ତେନ୍ତୁଳୀଖୁଣ୍ଟି ଜିଲ୍ଲାପରିଷଦ ରତିକାନ୍ତ ପଣ୍ଡା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ ସହ ମାନପତ୍ର ପ୍ରଦାନ କରାଯାଇଥିଲା l