କୁନ୍ଦୁରା ପଂଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସଭା ଗୃହ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ନେଇ ଅପରାହ୍ନ ଚାରିଟା ରେ ଅନ୍ତୋଦୟ ଆବାସ ମେଳା ଅନୁଷ୍ଠିତ କରାଯାଇଥିଲା।ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଭାରପ୍ରାପ୍ତ ଅଧ୍ୟକ୍ଷ ତରୁଣୀସେନ ବିଷୋୟୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଏବଂ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମାକାନ୍ତ ନାୟକ ଯୋଗ ଦେଇଥିଲେ।ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଆବାସ ମେଳା ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଙ୍କ ସମେତ ଶତାଧିକ ହିତାଧିକାରୀ ମଧ୍ୟ ଯୋଗ ଦେଇଥିଲେ।