ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ପଞ୍ଚାୟତ ସଭା ଗୃହରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ବିଡ଼ିଓ ଚିନ୍ମୟ ମହାନନ୍ଦ ଯୋଗଦେଇ ଜନସାଧାରଣଙ୍କ ଅପତୀ ଅଭିଯୋଗ ଶୁଣିଥିଲେ l ଶିବିରରେ ବିଭିନ୍ନ ସମସ୍ୟା ନିହିତ ସର୍ବମୋଟ 14 ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା l ସରପଞ୍ଚ ସୂର୍ୟକନ୍ତି ପାଣ୍ଡେ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ l