କୋଟପାଡ: ତେନ୍ତୁଳିଗୁମ୍ମା ପୋଲ ନିର୍ମାଣ କୁ ନେଇ ବଢୁଛି ଜନ ଅସନ୍ତୋଷ l
Kotpad, Koraput | Nov 23, 2025 ତେନ୍ତୁଳିଗୁମ୍ମା ପୋଲ ନିର୍ମାଣ କୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି l ଆଜି ଅପରାହ୍ନ ଚାରିଟା ସମୟରେ ତେନ୍ତୁଳିଗୁମ୍ମା ଠାରେ ଏଭଳି ଦେଖିବାକୁ ମିଳିଛି l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଠାରୁ ଦଣ୍ଡାବାଡି ଦେଇ ବ୍ଲକ ସଦର ମହକୁମା ଯାଏ ରାସ୍ତାଟିଏ ନିର୍ମାଣ କରିବା ପାଇଁ ବହୁବାର ଦାବି ପରେ ଏକ ପୋଲର ବ୍ୟବସ୍ଥା କରାଯାଇଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ। ଗାଁର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ବିଜୁ ସେତୁ ଯୋଜନା । ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାକୁ ନଦୀରେ ପୋଲ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ।