ବାଲେଶ୍ଵର ପୌର ପରିଷଦ ତିନି ୱାର୍ଡ଼ରେ ଅଞ୍ଚଳର ବିଭିନ୍ନ ସମସ୍ୟା ଆଲୋଚନା ବୈଠକ। ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏହି ବୈଠକ ରବିବାର ସଂଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ରାସ୍ତା, ପାନୀୟ ଜଳ, ଡ୍ରେନେଜ ଆଦି ସମସ୍ୟା ଏବେ ମଧ୍ୟ ଦୂର ହୋଇନାହିଁ। ଏହି ସମସ୍ୟା କିପରି ଦୂର ହୋଇପାରିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।