ହିନ୍ଦୋଳ: କାମଧେନୁକୋଟରେ ସପ୍ତଶଯ୍ୟା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ
ଢେଙ୍କାନାଳ ସପ୍ତଶଯ୍ୟା ସାହିତ୍ୟ ସଂସଦ କାମଧେନୁକୋଟ, ଢେଙ୍କାନାଳର ପ୍ରଥମ ବାର୍ଷିକ ଉତ୍ସବ କାମଧେନୁକୋଟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିମାନେ ପ୍ରଦ୍ଵିପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏଥିରେ ୬୨ ଜଣ କବି, କବୟିତ୍ରୀ ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିଲେ । ୮ଜଣ କବିଙ୍କୁ ବେଣୁଧର ସ୍ମୃତି ସମ୍ମାନ ଓ ୨ଜଣଙ୍କୁ ଭୋଳେଶ୍ବର ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସଂସଦର ବାର୍ଷିକ ସ୍ମରଣିକା ‘ସୁନାଝର’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଦଶଜଣ ପର୍ବ ଓ କବୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।