ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ନୂତନ ହଷ୍ଟେଲ ବିଲିଂ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହେଉଥିବା ଅଭଯୋଗ ହୋଇଛି । ସୂଚନା ଅନୁସାରେ ଏହି ଆବାସିକ ବିଦ୍ୟାଳୟରେ ପ୍ରାୟ ଶହେ ଜଣ ଛାତ୍ରୀ ରହୁଥିବାବେଳେ ଶହେ ଶଯ୍ୟା ବିଶିଷ୍ଟ ପୁରୁଣା ହଷ୍ଟେଲ ମଧ୍ୟ ରହିଛି । ଯାହାକି ବିଭିଂ ବର୍ତ୍ତମାନ ଅସୁରକ୍ଷିତ ହୋଇପଡିଥିବାବେଳେ ଛାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।