ସୋନପୁର: ସୁବଳୟାରେ 30 ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ
ସୁବଳୟାରେ 30 ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ l ଆଜି ଅପରାହ୍ନ ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଖେଳ ପଡିଆରେ 30 ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ବି ଯେ ପିସୁବଳୟା ମଣ୍ଡଳ ସଭାପତି ଶରତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ବି ଯେ ପି ସୁବଳୟା ପଂଚାୟତ ପ୍ରମୁଖ ସନ୍ତୋଷ ମେହେର ଏବଂ ବରିଷ୍ଟ ସାମ୍ବାଦିକ ରାଜେଶ କୁମାର ସେଠି ଯୋଗଦାନ ପୂର୍ବକ ଟୁର୍ନାମେଣ୍ଟର ଶୁଭ ଉଦଘାଟନ କରିଥିଲେ l ଉଦ୍ଘାଟନୀ ମେଚ ମୁରଶୁଣ୍ଢୀ ଏବଂ କେଉଟିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l