ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ନିକଟରେ ନମ୍ବର ବିହୀନ ବାଜାଜ ବାଇକରେ ଚୋରା ମଦ ଧରି ଯାଉଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଏହି ଗ୍ରାମର ନାରାୟଣ ପରିଡାଙ୍କ ପୁଅ ଚନ୍ଦନ ପରିଡା ବାଇକରେ ଚୋରା ମଦ ଧରି ଯାଉଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 60 ଲିଟର ଚୋରା ମଦ ଜବତ କରିଥିଲା । ଚନ୍ଦନଙ୍କୁ ଗିରଫ କରିଵା ସହ ମାମଲା ରୁଜୁ କରିଥିବା ଶନିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ଏସ ଆଇ ଜଗଦିଶ ପଣ୍ଡା ସୂଚନା ଦେଇଛନ୍ତି ।