ବାଣିଆ ପଞ୍ଚାୟତର ବାଣିଆ ଗ୍ରାମରେ ଥିବା ସମବାୟ ସମିତି ପରିସରରେ ଆଜି ଦିନ ଗୋଟାଏ ସମୟରେ ଧାନ ମଣ୍ତିର ଶୁଭ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତି ସମ୍ପାଦକ ପ୍ରଳୟ ଚନ୍ଦ୍ର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଭାବେ ବାଣିଆ ସରପଞ୍ଚ ଏସ ସାବିତ୍ରୀ ଦୋରା, ସମବାୟ ସମିତି ସଭାପତି କୃଷ୍ଣ ଚନ୍ଦ୍ର ଗୌଡ, ଗ୍ରାମ୍ୟ ସଭାପତି ଘନଶ୍ୟାମ ଗୌଡ ଯୋଗ ଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ଧାନ ମଣ୍ତିର ଶୁଭ ଉଦଘାଟନ କରିଥିଲେ ।