ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଝାରସୁଗୁଡା ଡିଭିଜନର ଡିଭିଜନ ସ୍ତରୀୟ ବୈଠକ ଆଜି ଦିନ ଗୋଟାଏ ସମୟରେ ବଂଜାରୀ ଠାରେ ଅନୁଷ୍ଠିତ ହୋଇଯାଇଛି l ଶ୍ରମିକ ତୋଳାଳିଙ୍କ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଜାନୁଆରୀ ଶେଷ ସୁଦ୍ଧା ଡି.ଏଫ.ଓ କାର୍ଯ୍ୟାଳୟ ଘେରାଓ ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦିଆଯାଇଛି।ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ଉପସଭାପତି ଗୋକୁଳ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଡିଭିଜନ ସ୍ତରୀୟ ବୈଠକରେ ରାଜ୍ୟ ଓ ଡିଭିଜନ ସ୍ତରୀୟ ବିଭିନ୍ନ ସମସ୍ୟା ମାନଙ୍କ ଉପରେ ଆଲୋଚନା କରାଯାଇଥିଲା l