ପାଲଲହଡା: ସ୍ଥାନୀୟ ଷ୍ଟାଡିୟମରେ ୨୦୨୪ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗଦେଲେ ସାଂସଦ ଓ ସ୍ଥାନୀୟ ବିଧାୟକ
ଅନୁଗୋଳ ଜିଲ୍ଲା ପାଳଲହଡା ଷ୍ଟାଡିୟମ ଠାରେ ୨୦୨୪କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ଜଣାପଡ଼ିଛି।୨୦୨୪ କପ ଫୁଟବଲ ଖେଳର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ ଫୁଟବଲ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ କଟକ ଦଳକୁ ପୁରସ୍କୃତ କରିଥିଲେ।