କୋଦଳା ଅଗ୍ନିଶମ ବାହିନୀ କାର୍ଯ୍ଯାଳୟ ପରିସରରେ ଜବରଦଖଲ ଉଚ୍ଛେଦ କରାଯାଇଛି। କୋଦଳା ତହସିଲଦାର ତଥା ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ ସସ୍ମିତା ଶତପଥି, ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର , କୋଦଳା ଅଗ୍ନିଶମ ବାହିନୀ କର୍ମଚାରୀ, କୋଦଳା ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଗୁରୁବାର ଦିନ ଜବରଦଖଲ ଉଚ୍ଛେଦ କରାଯାଇଛି। ଦୀର୍ଘ ବର୍ଷ ଧରି ଉକ୍ତ ଜାଗାରେ କିଛି ପରିବାର ବେଆଇନ ଭାବେ ଘର କରିଥିଲେ। ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ପାର୍ଶ୍ଵରେ ଥିବା କିଛି ଘର ବେଆଇନ ଭାବେ ନିର୍ମାଣ ହୋଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଉଛେଦ କରାଯାଇଛି।