ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଏସଏସଡି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତୁଷାରକାନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜେନାମଣି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ମହତ୍ତ୍ଵ ନେଇ ମତ ବ୍ୟକ୍ତ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ସାନ୍ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।