ମୋରଡା ନିର୍ବାଚନମଣ୍ଡଳୀ ରାସଗୋବିନ୍ଦପୁର ଥାନା ତଥା ବଡାମପୁର ବିଟ ଅଧୀନ ମାଣିକପୁର ଗାଁରେ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ରବିବାର ଅପରାହ୍ନ ୧ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ରାସଗୋବିନ୍ଦପୁର ପୁଲିସ l ଅଭିଯୋଗ ମୁତାବକ ମାଣିକପୁର ଗାଁର କାଳିଆ ଓରଫ ଦିଲୀପ କୁମାର ଗିରି ଶନିବାର ରାତିରେ କୁକୁଡ଼ାକୁ ଦାନା ଖାଇବାକୁ ଦେଉଥିବା ସମୟରେ ତାଙ୍କ ଭାଇ ବେଣୁଧର ଗିରିଙ୍କ ପୁଅ ଆସି ଗୁଳିମାଡ କରିଥିଲା l