ବାରଙ୍ଗ ରେଳ ଷ୍ଟେସନ ନିକଟରୁ ଗୁରୁବାର ପୂର୍ବାହ୍ନରେ ଜଣେ ଅଚିନ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କର କୌଣସି ପରିଚୟ ମିଳି ପାରିନାହିଁ।ଆଜି ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ରେଳ କର୍ମଚାରୀ ଦେଖି ଜିଆରପି ପୁଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ରେଳବାଇ ପୁଲିସ ଏଏସଆଇ ପରମାନନ୍ଦ ବେହେରା ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇଥିଲା। ତାଙ୍କ ପରିଚୟ ଜାଣିବା ଲାଗି ଉଦ୍ୟମ ଜାରି ରହିଥିବା ଗୁରୁବାର ରାତି ୮ଟାରେ ରେଳବାଇ ପୋଲିସ ସୂଚନା ଦେଇଛି।