ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ଅତିଥି ଭାବେ ଆସିକା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି, ସମାଜସେବୀ ଚିତ୍ରସେନ ପରିଡା, ବରିଷ୍ଠ ଶିକ୍ଷକ ସୁନୀଲ କୁମାର ରଥ, ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ଏମ. ଘନଶ୍ୟାମ ପାତ୍ର ଯୋଗଦେଇ ଆଜି ଶିକ୍ଷା, ସଂସ୍କୃତି, ସଂସ୍କାର, ଓ କ୍ରୀଡା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରିଥିଲେ । ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ ।