ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ଗ୍ରାମରେ ଥିବା ହରିହର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଆଜି ଦିନ ସାଢ଼େ ଗୋଟାଏ ସମୟରେ ଅଚାନକ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପରିଦର୍ଶନ କରିଛନ୍ତି । ବିଧାୟକ ଶ୍ରୀ ସେଠୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଏହା ସହ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ । ପରେ ବିଧାୟକ ଶ୍ରୀ ସେଠୀ ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଫେରିଥିଲେ ।