ଡ଼ଙ୍ଗରପଡା ପଞ୍ଚାୟତ ଭବନରେ ୩ ପଞ୍ଚାୟତକୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ,୬ ମହିଳା ଚାଷୀ ସମ୍ବର୍ଦ୍ଦିତ ଯୁଯୁମୁରା ବ୍ଲକର ଡ଼ଙ୍ଗରପଡା, ଘେନୁପାଲି ଓ ଟାମ୍ପରଗଡ଼ ପଞ୍ଚାୟତକୁ ନେଇ ଡ଼ଙ୍ଗରପଡା ପଞ୍ଚାୟତ ଭବନରେ ଆୟୋଜିତ ହୋଇଛି ଆନ୍ତର୍ଜାତୀୟ ମହିଳା ଦିବସ। ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି(ଏଫଇଏସ) ତରଫରୁ ଆୟୋଜିତ ସଭାରେ ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ନାରୀଶକ୍ତି ଇନ୍ଦିରା ବଡ଼ପଣ୍ଡା ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଫଇଏସ ର ଜିଲ୍ଲା ତାଲିମଦାତା ଲୀନା