କୋଦଳା ସ୍ଥିତ ଦଣ୍ଡିଶ୍ୱର ମନ୍ଦିର ପୀଠରେ ରୁଷିକୂଲ୍ଯା ରୟତ ମହାସଭାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନକିଣା ସଚେତନତାକୁ ନେଇ ଅନୁଷ୍ଠିତ ଉକ୍ତ ବୈଠକରେ ରୁଷିକୂଲ୍ଯା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଆବାହକ ବିଜୟ ସ୍ବାଇଁ, କୋଦଳା ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ। ବର୍ତ୍ତମାନ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ଧାନ ଅମଳ ହୋଇ ସାରିଛି। ସରକାର ମଣ୍ଡି ମାଧ୍ୟମରେ କିପରି ସମସ୍ତ ଧାନ କିଣିବେ ସେ ନେଇ ସଚେତନତା କରାଯିବା ସହ ପ୍ରତି ସୋସାଇଟିରେ କମିଟି ଗଠନ କରିବା ପାଇଁ ଦାବି ହୋଇଛି। ଚାଷୀଙ୍କର ଧାନ କିଣା ସମସ୍ଯା ଓ ଫସଲ ବୀମା ସମସ୍ଯାର ସମାଧାନ ପାଇଁ ଦାବି ହୋଇଛି ।