ପୋଲସରା: ହାତିଓଟ ନୋଡାଲ ହାଇସ୍କୁଲ ପରିସରେ ପ୍ରଧାନ ଶିକ୍ଷକ ସମ୍ମିଳନୀ ରେ ବନ ମହୋତ୍ସବ।
ପ୍ରଧାନ ଶିକ୍ଷକ ସମ୍ମିଳନୀରେ ବନ ମହୋତ୍ସବ ପାଳନ ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲ୍ ପରିସରରେ ଆଜି ସକାଳ ଏଗାରଟା ସମୟରେ ପୋଲସରା ବ୍ଳକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀ ପୂର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବିଦ୍ୟାଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମିଶି ବନ ମହୋତ୍ସବ ପାଳନ କରିଥିଲେ। ସମସ୍ତେ ମିଶି ବିଦ୍ୟାଳୟ ପରିସରରେ ଶତାଧିକ ଚାରା ରୋପଣ କରିଥିଲେ।