ଭଟଲି: କେସେଇପାଲି ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
କେସେଇପାଲି ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ଭଟଲି ବ୍ଲକ କେସେଇପାଲି ହାଇସ୍କୁଲରେ ଆଜି ସକାଳ ୧୦ଟାରେ ବିଜ୍ଞାନ ମେଳା ଆରମ୍ଭ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆତ୍ମାରାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଭଟଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଡ଼ା.ଧରଣୀଧର ସିଂଦେଓ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ପଧାନ ଓ ଗଣିତ କ୍ଲବର ମାର୍ଗ ଦର୍ଶିକା ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ଦାଶଙ୍କ ସଂଯୋଜନା ରେ ବିଦ୍ୟାଳୟର ବିଜ୍ଞାନ କ୍ଲବ, ଗଣିତ କ୍ଳବ ଓ ଶକ୍ତି କ୍ଲବର ସଦସ୍ୟ ନିଜସ୍ଵ ପ୍ରକଳ୍ପ ଗୁଡ଼ିକ ପ୍ରଦର୍ଶନ କରିଥିଲ