ଦେବଗଡ: ବଳମ ଗ୍ରାମରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ
ଦେବଗଡ ଥାନା ପୋଲିସ ବଳମ ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ବଳମ ଗ୍ରାମର ରଞ୍ଜନ କୁମାର ମିଶ୍ରଙ୍କୁ ତାଙ୍କ ପୁତୁରା ରକି ମିଶ୍ର ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲା । ରଞ୍ଜନ ଏହାର ପ୍ରତିବାଦ କରିବାରୁ ରକି ଉଦକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ରଞ୍ଜନଙ୍କ ଡାହାଣ ଗୋଡରେ ଦୁଇ ତିନି ଥର କାଠ ଫାଳିଆରେ ମାଡ ମାରିବାର ଗୋଡ ଭାଙ୍ଗି ଯାଇଥିଲା । ଏଥିସହ ରଞ୍ଜନଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା ।