ନୂଆପଡା ଅଞ୍ଚଳରେ ଜିଲ୍ଲା ସ୍ୱଚ୍ଛତା ଦଳ ପକ୍ଷରୁ ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ଏକ ଜୋରଦାର ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବଜାର, ସ୍କୁଲ, ଗ୍ରାମ ପଞ୍ଚାୟତ ଏବଂ ଦେଶୀ ମଦ ଦୋକାନକୁ ପରିଦର୍ଶନ କରାଯାଇ, ଲୋକମାନଙ୍କୁ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ବ୍ୟବହାର ବିଷୟରେ ସଚେତନ କରାଯାଇଛି। ସ୍ଥାନୀୟ ବାସିନ୍ଦାମାନେ ଏଥିରେ ସହଯୋଗ କରୁଛନ୍ତି ଓ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଗଢ଼ିବା ଲକ୍ଷ୍ୟ ନେଇ ଆଗେଇଯାଉଛନ୍ତି। ଏହି ଅଭିଯାନ ମାଧ୍ୟମରେ ଗ୍ରାମ ଓ ସ୍କୁଲରେ ସ୍ବଚ୍ଛତା ଓ ପରିସ୍କାର ପରିବେଶ ପ୍ରତି ବିଶେଷ ଗୁରୁତ୍ୱ ଦିଆ ଯାଇଛି ।