ସତ୍ୟବାଦୀ: ଶ୍ରୀରାଧାଷ୍ଟମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର
Satyabadi, Puri | Sep 11, 2024 ଶ୍ରୀରାଧାଷ୍ଟମୀ ପାଇଁ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚ। ସକାଳ ୬ରୁ ମନ୍ଦିର ଉନ୍ମୋଚନ କରାଯାଇ ମଙ୍ଗଳ ଆଳତି ପରେ ପ୍ରଭୁ ସାକ୍ଷୀଗୋପାଳ ଓ ମା’ ଶ୍ରୀରାଧାଙ୍କର ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସିଂହଦ୍ୱାର ଭଜନ କମିଟି ପକ୍ଷରୁ ହେଉଥିବା ତ୍ରୀଦିବସୀୟ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞର ଆଜି ସନ୍ଧ୍ୟା ୫ଟାରେ ପୂର୍ଣ୍ଣାହୂତି କରାଯିବ। ସନ୍ଧ୍ୟା ୭ଟାରେ ସଭାକାର୍ଯ୍ୟ କରାଯାଇ, ରାତି ୮ଟାରେ ରାଜ୍ୟ ଓ ରାଜ୍ୟ ବାହାରର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କୁ ନେଇ ଅନୁଷ୍ଠିତ ହେବ ଭଜନ ସମାରୋହ।