ରେଙ୍ଗାଲି: କଲାମାଟି ପଞ୍ଚାୟତର ସାନଟିକ୍ରା ଛକ ନିକଟ ରାସ୍ତାରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ମୃତ
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲାମାଟି ପଞ୍ଚାୟତର ସାନଟିକ୍ରା ଛକ ନିକଟ ରାସ୍ତାରେ ଆଜି ଅପରାହ୍ନ 3 ଟା 20 ମିନିଟ ସମୟରେ ଏକ 12 ଚକିଆ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି l ସୁଚନା ଅନୁସାରେ ଜଣେ ଯୁବକ ବାଇକ ରେ ସମ୍ବଲପୁର ପଟରୁ ବରଗଡ଼ ପଟକୁ ଯାଉଥିବା ବେଳେ ଏକ ଟ୍ରକ ବାଇକ କୁ ପଛପଟୁ ଧକ୍କା ଦେବାରୁ ବାଇକ ଆରୋହୀ ଟ୍ରକର ଚକ ତଳେ ଚାପିହୋଇ ମୃତ୍ୟୁ ହୋଇଥିଲା l ତେବେ ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି l