କେଶପୁର ଷ୍ଟେସନ ରୋଡ ରେ ଆଜି ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରି ୫୦ ଲିଟର ଦେଶୀମଦ ସହ ଗୋଟିଏ ସ୍କୁଟି କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଜଣଙ୍କ ହେଲେ ଖଲ୍ଲିକୋଟ ଥାନା ଅଞ୍ଚଳର ସୁଧୀର ଦାସ ବୋଲି ଜଣା ପଡ଼ିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ସୁଧୀର ଦାସ ଙ୍କୁ ଆଜି ଦିନ ପ୍ରାୟ ୧୧ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ସୂଚନା ପ୍ରଦାନ କରିଛନ୍ତି ।