ଝାରସୁଗୁଡା: ଗ୍ୟାସ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ
କୌଣଷି ବିସ୍ପୋରଣ ଅବା ଲିକେଜ ନ ଥିବା ସୁଚନା
ଆଜି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଶ୍ରୀପୁରା ଗ୍ରାମ ରାସ୍ତାରେ ବେପରୁଆ ଗାଡ଼ି ଚଲାଣ ଯୋଗୁଁ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଗାଡ଼ି (ନମ୍ବର୍ OD15AD 6216) ନିୟନ୍ତ୍ରଣ ହାରାଇ ଗଛରେ ପିଟି ହୋଇଛି। ସୂଚନା ଅନୁସାରେ, ଗାଡ଼ିଟି ଅତ୍ୟଧିକ ବେଗରେ ଚାଲୁଥିବା ସମୟରେ ହଠାତ୍ ନିୟନ୍ତ୍ରଣ ହାରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।