ଗତ ତିନି ଦିନ ଧରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ବିଭିନ୍ନ ସ୍ଵାସ୍ଥ୍ୟ ସେବା ନେଇ ଚାଲିଥିବା ତାଲିମ ଶିବିର ଶନିବାର ଅପରାହ୍ନ ୫ଟା ବେଳେ ଉଦଯାପିତ ହେଇଯାଇଛି । ଲେପ୍ରା ସୋସାଇଟି ଜୁନାଗଡ ପକ୍ଷରୁ ଚକ୍ଷୁ ସ୍ଵାସ୍ଥ୍ୟଗତ ସମସ୍ଯା ନେଇ ଆୟୋଜିତ ଏହି ତାଲିମ ଶିବିରରେ ସ୍ଵାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।