ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚାରି ଛକ ନିକଟରେ ନୂତନ ଏଲଇଡି ବୋର୍ଡ ର ଶୁଭ ଉଦଘାଟନ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଉଦଘାଟନ କରିବା ସହିତ ଏହି ଏଲଇଡି ବୋର୍ଡ ମାଧ୍ୟମରେ ସରକାରୀ ସୂଚନା, ଜନସେବାମୂଳକ କାର୍ଯ୍ୟକ୍ରମ ଓ ସରକାର ଙ୍କ ବିକାଶମୂଳକ ଯୋଜନା ଗୁଡ଼ିକ ସାଧାରଣ ଜନତାଙ୍କୁ ସହଜରେ ପହଞ୍ଚିପାରିବ ବୋଲି କହିଥିଲେ।