କୋଟପାଡ: ସୁଖୁଆପଦର ଗ୍ରାମରେ ଧାନ ଗଦା ରେ ନିଆଁ ଲାଗି ୧୯ ଏକର ଚାଷ ଜମିର ଧାନ ସପୂର୍ଣ୍ଣ ନଷ୍ଟ l
Kotpad, Koraput | Nov 27, 2025 ବୈପାରିଗୁଡା ବ୍ଲକର ସୁଖୁଆପଦର ଗ୍ରାମରେ ଧାନ ଗଦା ରେ ନିଆଁ ଲାଗି ୧୯ ଏକର ଚାଷ ଜମିର ଧାନ ସପୂର୍ଣ୍ଣ ନଷ୍ଟ l ଆଜି ଅପରାହ୍ନ ୨ ଟା ସମୟରେ ଏଭଳି ଘଟଣା ଘଟିଛି l ଗାଁ ର କିଛି ଚାଷୀ ନିଜ ନିଜ ଜମିରେ ଚାଷ କରିଥିବା ଧାନ ଅମଳ ପରେ ଗୋଟିଏ ଖଳାରେ ଗଦା କରି ରଖିଥିଲେ। ଆଜି ଅପରାହ୍ନ ୨ ଟା ବେଳେ କୌଣସି କାରଣରୁ ଗୋଟିଏ ଧାନ ଗଦାରେ ନିଆଁ ଲାଗିଯାଇଥିଲା। ପବନରେ ନିଆଁ ଉଡ଼ି ନିକଟରେ ଥିବା ଅନ୍ୟ ଧାନ ଗଦା ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା। ନିଆଁ ଲାଗିବା ଖବର ପାଇଁ ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।