ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଏଭଳି ଚିତ୍ର ଆଜି ମଧ୍ୟହ୍ନ ବାରଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଂଚାୟତ ର କାଉକୁଣ୍ଡ ଗାଁ ରେ ଦେଖିବାକୁ ମିଳିଛି l ଏଠାରେ ଗାଁ ଲୋକେ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି l ଏ ଚିତ୍ର ଟିକେ ଦେଖନ୍ତୁ କିଭଳି ନଦୀ ପାର ପାଇଁ ଜୀବନ ବାଜିରେ ଲାଗୁଛି l ଛାତିଏ ପାଣିରେ ପ୍ରବେଶ କାରି ନଦୀ ପାର ହେଉଛନ୍ତି l ମହିଳା ହେଉ କି ପୁରୁଷ ହେଉ କାଖରେ କୁନି ଛୁଆ ଓ ମୁଣ୍ଡରେ ଜିନିଷ ଧରି ପାଣି ସୁଅ କାଟି ପାର ହେବାକୁ ବାଧ୍ୟ ହେଉଛନ୍ତି l କାଉକୁଣ୍ଡ ଗାଁ ଲୋକଙ୍କ ପାଇଁ ଦୁଃଖ ପାଲଟିଛି ଧର୍ମଗାଡ଼ ନଦୀ l