ରବିବାର ଦିନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି | ଶ୍ରୀ ମହାଲିଙ୍ଗ ବ୍ଲକ ସଦର ମହକୁମା କଣ୍ଟାମାଳ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ସେଠାରେ ଥିବା ଜନ ସାଧାରଣ ମାନଙ୍କ ସହ ଡାକ୍ତର ଖାନାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | କଣ୍ଟାମାଳ ଓ ଘଣ୍ଟାପଡା ସଚେତନ ନାଗରିକ ମାନଂକ ପକ୍ଷରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରା ଯାଇଥିଲା l