ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଶ୍ରମ ବିଦ୍ୟାଳୟ ଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ
ଗଂଜାମ ଜିଲ୍ଲାର ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂକ୍ରାନ୍ତରେ ବୁଧବାର ଦିନ ୧୧ ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମୀକ୍ଷା କରିଛନ୍ତି । ଆଜିର ସମୀକ୍ଷାରେ, ଅଧ୍ୟୟନରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଏବଂ ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେପରି ତାରତମ୍ୟ ରଖାନଯିବ ତାହା ନିଶ୍ଚିତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ୬୬୮୪ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନେ ଅଛନ୍ତି ।