ଚନ୍ଦନଭାଟି ଗ୍ରାମରେ ନଗ୍ନନୃତ୍ୟ ଘଟଣାକୁ ନେଇ ମାମଲା ରୁଜୁ ହେବା ପରେ ଫୋନ୍ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଆଇଟମ୍ ଡ୍ୟାନ୍ସର ନିଶା ମହାରଣା। ସେ କହିଛନ୍ତି, ଯାତ୍ରା କମିଟିର ନିର୍ଦ୍ଦେଶ ଅନୁସାରେ ସେ ନୃତ୍ୟ କରିଥିଲେ ଏବଂ ଏଥିରେ ତାଙ୍କର କୌଣସି ଏକକ ଦାୟିତ୍ୱ ନାହିଁ। ସେପଟେ ଏହି ଘଟଣାକୁ ନେଇ ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ନିଶା ମହାରଣାଙ୍କ ଅଡିଓ କଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।