ଆଠମଲ୍ଲିକ: ମହାନଦୀ ବ୍ରିଜ ଉପରେ କାର ଓ ବାଇକ ମଧ୍ୟରେ ଧକ୍କା; ମା' ମୃତ ଓ ପୁଅ ବୁର୍ଲା ସ୍ଥାନାନ୍ତର
ଶନିବାର ସକାଳେ କିଆକଟା-ବୌଦ୍ଧ ମହାନଦୀ ବ୍ରିଜ ଉପରେ କାର ଓ ବାଇକ ମଧ୍ୟରେ ଧକ୍କା ହୋଇଥିବା ବେଳେ ଗୁରୁତର ଥିବା କାଦପଡା ଗ୍ରାମର ବୃଦ୍ଧା ଗୁରୁବାରୀ ପ୍ରଧାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେହିପରି ବୃଦ୍ଧାଙ୍କ ପୁଅ ସୁଜିତ ପ୍ରଧାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ମାଆ ଓ ପୁଅ ଏକ ବାଇକରେ ବୌଦ୍ଧ ଆଡକୁ ଯାଉଥିବା ବେଳେ ମହାନଦୀ ପୋଲ ଉପରେ ଏକ ଅଜଣା କାର ପଛରୁ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।