ଛତ୍ରପୁର: ପୁରୁଣା ଛତ୍ରପୁର ଗ୍ରାମରେ ବାରହା ଆକ୍ରମଣରେ ମହିଳା ଗୁରୁତର, ଗୁରୁତର ଭାବେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ
ଛତ୍ରପୁର ବ୍ଲକ ପୁରୁଣା ଛତ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଣା ଘଟିଛି । ବିଲରେ ଧାନ କାଟୁଥିବା ସମୟରେ ଏକ ବାରାହ ମହିଳା ଚାଷୀଙ୍କୁ ଆକ୍ରମଣ କରିଛି । ଫଳରେ ମହିଳାଙ୍କ ପେଟରେ ଶକ୍ତ ଆଘାତ ଲାଗିଛି । ମହିଳା ଜଣକ ଟି. ଯଶୋଦା(୪୫) ବୋଲି ଜଣାପଡିଛି ।ଶନିବାର ସଂନ୍ଧ୍ଯାରେ ଗୁରୁତର ଭାବେ ଆହତ ମହିଳାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।