ଭଦ୍ରକ ଗ୍ରାମାଞ୍ଚଳ: ଚରମ୍ପା ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ରରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
ଚରମ୍ପା ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ପ୍ରଦାନ। ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର,ଚରମ୍ପା ଦ୍ଵାରା କାର୍ଯ୍ୟକ୍ରମ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଲମିକୋ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଏଜେନ୍ସି ଆଶ୍ରାର ମିଳିତ ସହଯୋଗରେ ପୁନର୍ବାସ ସେବା ଓ ଅନୁସନ୍ଧାନ ପରିସରରେ ଭିନ୍ନକ୍ଷମମାନଙ୍କୁ ଆବଶ୍ୟକୀୟ ସହାୟକ ଉପକରଣ ଓ ସ୍ବତନ୍ତ୍ରଭାବେ ଯନ୍ତ୍ରଚାଳିତ ତିନିଚକିଆ ଯାନ ଯୋଗାଣ ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା