ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ତଥା ସଦର ଥାନା ପୋଲିସ ପ୍ରଶାସନ ଦ୍ଵାରା ତିନୋଟି ବାଲି ଗାଡିକୁ ଅଟକ ରଖାଯାଇଥିବାର ଖବର ମିଳିଛି । ଏହି ଘଟଣା ଅ।ଜି ଦିନ 10 ଘଣ୍ଟ ସମୟରେ ଘଟିଥିବାର ସୂଚନା ମିଳିଥିବା ବେଳେ ବାଲି ଗାଡି ଗୁଡିକୁ ଅଟକ ରଖାଯାଇ ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି । ତେବେ ଦୈନିକ ଏହି ଥାନା ଦେଇ ବହୁ ବାଲି ଗାଡି ଯାତାୟତ ହେଉଥିବା ବେଳେ ପ୍ରତି ଗାଡିକୁ ଅଟକ ରଖାଯିବା ସହ ସମସ୍ତ କାଗଜପତ୍ର ଜାଂଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।