ସିମୁଳିଆ: ସିମୁଳିଆ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟଳୟ ରେ ପୂର୍ବତନ ବିଧାୟକ ଙ୍କର ବିକ୍ଷୋଭ
ଗ୍ରାମ୍ୟ ଉନ୍ନୟନ ବିଭାଗ ର କାର୍ଯ୍ୟଳୟ ସମ୍ମୁଖରେ ଗଣବିକ୍ଷୋଭ କଲେ ପୂର୍ବତନ ବିଧାୟକ l ସିମୁଳିଆ ଓ ଖଇରା ବ୍ଲକ ର ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା ରାସ୍ତା, ବିଜୁ ସେତୁ କାମ ମନ୍ଥର ଗତି କାର୍ଯ୍ୟହେବା କାମ ର ମାନ ଅତି ନିମ୍ନ ମାନର ହେବା ନେଇ ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ନଦେବାରୁ ଆଜି ଶତାଧିକ ଲୋକ ମାନଙ୍କୁ ନେଇ ଶ୍ରୀ ଜ୍ୟୋତି ପ୍ରକାଶ ସିମୁଳିଆ ସ୍ଥିତ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଛନ୍ତି l