ଆଜି ଅର୍ଥାତ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ପଞ୍ଚୁକ ପାଳନ ହୋଇଛି। ଏହି ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଜଗନ୍ନାଥ ମନ୍ଦିରରେ ଆଜି ଭୋର ରୁ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୁଜା ଅର୍ଚ୍ଚନା କରାଯାଇଛି। ସକାଳ ପ୍ରାୟ ୫ ଟା ରୁ ଦିନ ପ୍ରାୟ ୧୨ଟା ଯାଏଁ ମନ୍ଦିର ରେ ଶହ ଶହ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି।