କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢାଉ ୧୦୦ ଲିଟର ଦେଶୀ ମହୁଲି ମଦ ଜବତ, ୪ ଗିରଫ
କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣୀ ନାଏକ, କନଷ୍ଟେବଳ ପିଥନାଥ ମୁର୍ମୁ, ଅଂଶୁମାନ ପରିଡ଼ା,ଆଲୋକ ସୁତାରଙ୍କ ସହିତ ଅବକାରୀ ବିଭାଗର ଏକ ଦଳ ଆଜି ସକାଳ ୧୦ ଘଟିକା ଠାରୁ ଦିବା ୨ ଘଟିକା ଯାଏଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛନ୍ତି।ଏନେଇ ଅବକାରୀ ଥାନାରେ ୩୪,୩୫,୩୬,୩୭ ନମ୍ୱର ରେ ୪ ଗୋଟି ମାମଲା ରୁଜୁ କରିବା ପରେ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରିରହିବ ବୋଲି ପ୍ରକାଶ କରିଛନ୍ତି।